ତାଳୁକ ଆଇନ ସେବା ପକ୍ଷରୁ ଶିଶୁ ଦିବସ ପାଳିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ତାଳୁକ ଆଇନ ସେବା ସହାୟତା ସମିତିର ଅଧ୍ୟକ୍ଷତାରେ ସ୍ଥାନୀୟ ରମାଇ ହାଇସ୍କୁଲରେ ଶିଶୁ ଦିବସରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳ ଡା ବିଜୟାନନ୍ଦ ସେଠୀ, ସିଭିଲ ଜଜ୍ ଅରୁଣ କୁମାର ପଟ୍ଟନାୟକ, ଏସଡିଜେଏମ ଲୋପାମୁଦ୍ରା ପ୍ରକାଶ ଓ ଆଇନ ସେବା ସମିତିର ଅଧ୍ୟକ୍ଷା ଶ୍ୱେତା ମିଶ୍ର ପଣ୍ଡିତ ଜବାହାରଲାଲ ନେହୁରୁଙ୍କ ଆଦର୍ଶ ତଥା ପିଲାଙ୍କ ପ୍ରତି ତାଙ୍କର ସ୍ନେହ ଓ ଶ୍ରଦ୍ଧା ସମ୍ମାନ ବିଷୟରେ କହିଥିଲେ । ନେହେରୁଙ୍କ ଦ୍ୱାରା ଲିଖିତ ପୁସ୍ତକ ପଢ଼ିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ଭକ୍ତରାମ ବାଗ, ଆଶିଷ କୁମାର ଚନ୍ଦନଙ୍କ ସମେତ ରମାଇ ହାଇସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଦୌରାଜଜ ଶ୍ୱେତା ମିଶ୍ର ଧନ୍ୟବାଦ ଦେଇଥିଲେ ।