ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ୧୭ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମାଲକାନାଗିରି,ଏନ୍ଏନ୍ଏସ୍: ଛତିଶଗଡ଼ରେ ନକ୍ସଲ ଓ ଯବାନଙ୍କ ଗୁଳିବିନିମୟରେ ଗତକାଲି ୧୭ଜଣ ଯବାନ ସହିଦ ହୋଇଛନ୍ତି। ତେବେ ସେମାନଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ ଆଜି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୁକମା ଜିଲ୍ଲା ସଦର ମହକୁମାରେ ସହିଦମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ସୂଚନା ଅନୁସାରେ ସୁକମା ଜିଲ୍ଲା କାସଲପାଡ ଜଙ୍ଗଲରେ ଗତକାଲି ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ମାଓ ଦମନ ଅଭିଯାନ ସାରି ଫେରୁଥିଲେ ସିଆରପିଏଫ୍, ଏସଟିଏଫ୍ ଓ ଡିଆରଜିର ସୁରକ୍ଷାକର୍ମୀ। ଏହି ସମୟରେ କୋରାଜ ଡୋଙ୍ଗ୍ରି ଜଙ୍ଗଲରେ ଯବାନମାନେ ମାଓବାଦୀଙ୍କ ଆମ୍ବୁସ୍‌ରେ ଫସି ଯାଇଥିଲେ। ୧୭ ଯବାନ ସହିଦ ହୋଇଥିବା ବେଳେ ଆହତ ହୋଇଥିଲେ ୧୪ ଜଣ ଆହତ ହୋଇଥିଲେ। ଗତକାଲି ସେମାନଙ୍କର ମୃତଦେହ କୋରାଜ ଡୋଙ୍ଗ୍ରି ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।