ମାଗଣାରେ ଟିକା ପ୍ରଦାନ କରିବାକୁ ମୋଦୀଙ୍କୁ ଚିଠି ଲେଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଟିକା ନିଶୁଳ୍କରେ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଚିଠି ଲେଖିଛନ୍ତି। ଛତିଶଗଡ଼ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାରୁ ସେଠାରେ କରୋନା ଟିକା ମାଗଣାରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏଭଳି ମାଗଣାରେ ଟିକା ଦାବି କରିବା ପରେ ବିଜେପି ମୁଖପାତ୍ର ଅଜୟ ଚନ୍ଦ୍ରାକର ପାଲଟା ଆକ୍ରମଣ କରିଛନ୍ତି। ଅଜୟ କହିଛନ୍ତି ଯେ, କରୋନା ଟିକାକୁ ନେଇ କେନ୍ଦ୍ର ନିଜ ସ୍ଥିତି ସ୍ପଷ୍ଟ କରୁ ପରେ ଛତିଶଗଡ଼ ନିଜ ସ୍ତରରେ ଟୀକା ବ୍ୟବସ୍ଥା କରିବ ବୋଲି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଥିଲେ। କେନ୍ଦ୍ର ସରକାର ଏସମ୍ପର୍କରେ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଟୀକା ପ୍ରଦାନ କରିବେ କିନ୍ତୁ ମୁଖ୍ୟମନ୍ତ୍ରୀ ନିଜ କଥାରେ ଅଟଳ ରହିବା ଉଚିତ।