ସୁପର୍ କିଙ୍ଗସର ସୁପର୍ ବିଜୟ

ମୁମ୍ବାଇ,ଏଜେନ୍ସି: କିଙ୍ଗ୍ ସ ଏଲେଭେନ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ ସ ମଧ୍ୟରେ କିଙ୍ଗସୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇର ଜବରଦସ୍ତ ବିଜୟ ହାସଲ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ସୁପର୍ କିଙ୍ଗ୍ସ ଦଳ ଚମତ୍କାର ବୋଲିଂ କରି ପଞ୍ଜାବ କିଙ୍ଗସର ଇନିଂସକୁ ମାତ୍ର ୧୦୬ ରେ ସୀମିତ ରଖିଥିଲା। ଜବାବରେ ଦଳ ଏହି ଲକ୍ଷ୍ୟକୁ ୪ଟି ୱିକେଟ୍ ହରାଇ ୧୫.୪ ଓଭରରେ ହାସଲ କରିନେଇଥିଲା। ଏଥିସହ ପୂର୍ବରୁ ପ୍ରଥମ ମ୍ୟାଚରେ ଦିଲ୍ଲୀଠାରୁ ୭ ୱିକେଟ୍ରେ ପରାଜୟ ବରଣ କରିଥିବା ଚେନ୍ନାଇ ତା’ର ପଏଣ୍ଟ୍ ଖାତା ଖୋଲପାରିଛି ।
ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ପଞ୍ଜାବ ଚେନ୍ନାଇର ଦୀପକ ଚହରଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ମାତ୍ର ୨୬ରନରେ ୫ଟି ୱିକେଟ୍ ହରାଇଥିଲା। ଚହର୍ ୪ଟି ୱିକେଟ୍ ନେଇଥିବା ବେଳେ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲଙ୍କୁ ଚମତ୍କାର ଥ୍ରୋ’ ମାଧ୍ୟମରେ ରବୀନ୍ଦ୍ର ଜାଡେଜା ରନଆଉଟ୍ କରିଥିଲେ। ସେ ମଧ୍ୟ ଘାତକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ କ୍ୟାଚ୍ ନେଇ ତାଙ୍କୁ ପ୍ୟାଭିଲିଅନ୍ ଫେରାଇଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ ୩୬ ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରି ୪୭ ରନ୍ କରିବା ସହ ଦଳୀୟ ସେକାରକୁ ଶହେ ଅତିକ୍ରମ କରାଇବା ସହ ସମ୍ମାନ ରକ୍ଷା କରିଥିଲେ।