ପାରାଦୀପ ଗସ୍ତରେ କେନ୍ଦ୍ର ରାସାୟନିକ ଓ ପ୍ଲାଷ୍ଟିକ୍ ସଚିବ

ପାରାଦୀପ, ଏନ୍ଏନ୍ଏସ୍ : ପାରାଦୀପ ଗସ୍ତରେ କେନ୍ଦ୍ର ରାସାୟନିକ ଓ ପ୍ଲାଷ୍ଟିକ୍ ସଚିବ ପି. ରାଘବେନ୍ଦ୍ର ରାଓ । ଏହି ଗସ୍ତ କାଳରେ ଶ୍ରୀ ରାଓ ପାରାଦୀପରେ ନିର୍ମାଣାଧିନ ପ୍ଲାଷ୍ଟିକ୍ ପାର୍କର ଅଗ୍ରଗତି ଓ ଏଥିରେ ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡିକ ଅଂଶୀଦାର ହେବାକୁ ନେଇ ସମୀକ୍ଷା କରିଛନ୍ତି । ଓଡ଼ିଶାର ବିଭିନ୍ନ ପ୍ଲାଷ୍ଟିକ ଶିଳ୍ପ ସଂସ୍ଥାକୁ ଡାକି ଏକ ଜରୁରୀ ବୈଠକ କରିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଆଗାମୀ ଦିନରେ କିଭଳି ପ୍ଲାଷ୍ଟିକ୍ ପାର୍କ ଦେଶରେ ଏକ ନମ୍ବର ହୋଇ ପାରିବ ସେନେଇ ତ୍ବରିତ଼୍ ପଦକ୍ଷେପ ନିଆଯିବ ବୋଲି ଶ୍ରୀଯୁକ୍ତ ରାଓ ପ୍ରକାଶ କରିଥିଲେ । ସମିକ୍ଷା ବୈଠକ ଶେଷ କରିବା ପରେ ସଚିବ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।