ଭୋପାଳ,ଏଜେନ୍ସି: ଭାରତରେ ବଢିବ ଚିତାବାଘ ବଂଶ । ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବେ ୧୨ ଚିତା । ଏଥିପାଇଁ ଗତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି ।
ରାଜିନାମା ଅନୁସାରେ, ଆସନ୍ତା ମାସ(ଫେବୃଆରୀ) ସୁଦ୍ଧା ଦକ୍ଷିଣ ଆଫ୍ରିକା ଭାରତକୁ ୧୨ଟି ଚିତାବାଘ ପଠାଇବ । ମଧ୍ୟପ୍ରଦେଶରେ ଥିବା କୁନୋ ଜାତୀୟ ଉଦ୍ୟାନରେ ଏହି ଚିତାବାଘମାନଙ୍କୁ ଛଡାଯିବ । ପ୍ରତ୍ୟେକ ଚିତା ପାଇଁ ଭାରତକୁ ୩ ହଜାର ଆମେରିକୀୟ ଡଲାର ଦେବାକୁ ପଡିବ । ଚଳିତ ମାସରେ ଏହି ଚିତାମାନଙ୍କୁ ଅଣାଯିବାକୁ ଯୋଜନା ଥିବାବେଳେ ଫେବୃୟାରୀରେ ଆସିବେ ବୋଲି ସୂଚନା ମିଳିଛି ।ଭାରତ ଆସିବେ ୧୨ ଚିତାରାଜିନାମ ଅନୁଯାୟୀ, ଆଗାମୀ ୮ରୁ ୧୦ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତକୁ ବାର୍ଷିକ ୧୨ଟି ଚିତା ପଠାଇବ । ଏହି ପର୍ଯ୍ୟାୟରେ ଆସନ୍ତା ମାସରେ ୧୨ଟି ଚିତା ଭାରତ ଆସିବେ । ଏହିପରି ଭାବେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତାବାଘ ଭାରତ ଅଣାଯିବ । ଏନେଇ ଦକ୍ଷିଣ ଆଫ୍ରିକା ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଭାରତ ଅଣାଯାଇଥିଲା । ଏବେ ଆଉ ୧୨ଟି ଚିତା ଆଣିବାକୁ ପ୍ରସ୍ତୁତି କରାଯାଉଛି । ଦକ୍ଷିଣ ଆଫ୍ରିକା ଜଙ୍ଗଲରେ ସେହି ଚିତାମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ଜୁଲାଇ ୧୫ ତାରିଖରୁ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ତେବେ ଲମ୍ବା ସମୟ ଧରି କ୍ବାରେଣ୍ଟାଇନରେ ରହିବା ଯୋଗୁଁ ଚିତାମାନଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିପାରେ ବୋଲି ଆଶଙ୍କା କରାଯାଉଛି ।