ପୁଲିସ ନିକଟରେ ଛାତିଶଗଡ଼ି ମହିଳା ମାଓବାଦୀଙ୍କ ନିଜ ଶିଶୁ କନ୍ୟାସହ ଆତ୍ମସମର୍ପଣ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ପୁଲିସ ନିକଟରେ ଗୁରୁବାର ଜଣେ ଛାତିଶଗଡ଼ି ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଥିବା ଜଣାଯାଇଛି । ଆତ୍ମସମର୍ପଣ କରିଥିବା ମାଓବାଦୀ ଛତିଶଗଡ ବିଜପୁର ଜିଲ୍ଲାର ପାର୍ବତୀ ପାଣ୍ଡରୁ ଓରଫ ରିଙ୍କି । ସେ ନିଜ ୨ମାସର ଶିଶୁକନ୍ୟା ସହ ଆଜି ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ପାର୍ବତୀ ଗତ ୮ ବର୍ଷ ତଳେ ଇନ୍ଦ୍ରାବତୀ ଓ ଘୁମୁସର ଦଳରେ ଯୋଗଦେଇଥିବା ବେଳେ ସେ ରାୟଗଡ଼ା  ଜିଲ୍ଲାରେ ଡିଭିଏଫ୍ ଯବାନ ହତ୍ୟା, କଳାହାଣ୍ଡିର ରାଜେନ୍ଦ୍ର ସାହୁ ଓ ଭୀମ ଦୋରା ହତ୍ୟା ଘଟଣା ସହ ୮ଟି ମାଓ ହିଂସାରେ ଜଡିତ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଏସପି ସର୍ବଣ ବିବେକ ଏମ ପ୍ରକାଶ କରିଛନ୍ତି।

ସେହିପରି ମହିଳା ନକ୍ସଲଙ୍କୁ ଗର୍ଭବତୀ ହେବାପରେ ତାକୁ ପରିତ୍ୟକ୍ତଭାବେ ଛାଡିଦେବା, ଆଦିବାସୀଙ୍କ ପାଇଁ କିଛି ନକରିବା, ଲିଙ୍ଗ ଗତ ବୈଷମ୍ୟରେ ମହିଳାଙ୍କୁ କୌଣସି ଅଧିକାର ମିଳୁନଥିବାରୁ ପାର୍ବତୀ ମାଓ ଦଳ ତ୍ୟାଗ କରିଥିବା ଏସପି ସୂଚନା ଦେଇଛନ୍ତି ।