ଦୁଷ୍କର୍ମ ଓ ଅପହରଣ ମାମଲାରେ ଜଣକୁ କୋର୍ଟ ଚାଲାଣ

ଦେଓଗାଁ,ଏନ୍ଏନ୍ ଏସ୍: ବନ୍ଧପଡ଼ା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଜଣେ ଯୁବକ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୂଚନା ଅନୁସାରେ, ଉକ୍ତ ନାବାଳିକା ଜଣକ ଗତ ୫ତାରିଖ ରାତିରେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ନିଖୋଜ ହେବାର ୬ଦିନ ପରେ ପୁଲିସ ନାବାଳିକାକୁ ନିଜ ଗାଁ ର ଅଭିଯୁକ୍ତର ଘରୁ ଉଦ୍ଧାର କରିଥିଲା। ଉଭୟେ ପ୍ରେମିକ ପ୍ରେମିକା ଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ପୁଲିସ ବିଳାସ ପୁର ଗାଁ ର ମଦନ ଭୁଏକୁ ଅପହରଣ, ଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ କରିଛି। ନାବାଳିକାର ବୟାନ ରେକର୍ଡ ପରେ ଉଭୟଙ୍କୁ ଡାକ୍ତରୀମଇନା କରି ନାବାଳିକାକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି।