ଚନ୍ଦ୍ରଯାନ-୨ର ଆଉ ଏକ ସଫଳତା

ଭୁବନେଶ୍ୱର,୨/୯:ଚନ୍ଦ୍ରଯାନ-୨କୁ ଆଉ ଏକ ସଫଳତା ମିଳିଛି । ଅର୍ବିଟରରୁ ପୂର୍ଣ୍ଣ ସଫଳତାର ସହ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ। ସୋମବାର ଦିନ ୧ଟା ୧୫ ମିନିଟରେ ବିକ୍ରମ ଅର୍ବିଟରରୁ ଅଲଗା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ସେପ୍ଟେମ୍ୱର ୭ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବ । ଏହା ପରେ ଲ୍ୟାଣ୍ଡର ଚନ୍ଦ୍ରର ଆଉ ଦୁଇଟି କକ୍ଷରେ ପ୍ରବେଶ କରିବାପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାବେଳେ ରୋଭର ପ୍ରଜ୍ଞା ଚନ୍ଦ୍ରରେ ବୁଲିବ।
ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପୂର୍ବରୁ ଆଉ ଦୁଇଟି କକ୍ଷରେ ପ୍ରବେଶ କରିବ । ଏହାପରେ ସେପ୍ଟେମ୍ୱର ୭ ତାରିଖରେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ । ଚନ୍ଦ୍ରଯାନ-୨ ନିଜ ଲକ୍ଷ୍ୟରେ ଅଗ୍ରଗତି ହେବା ସହ ମହାକାଶରୁ ଫଟୋ ପଠାଇବା ଆରମ୍ଭ କରିଛି ।