ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସହାରନପୁରସ୍ଥିତ ଦେବବନ୍ଦରେ ଅଜଣା ଆକ୍ରମଣକାରୀମାନେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ଚନ୍ଦ୍ରଶେଖରଙ୍କ କାର ଉପରକୁ ଗୁଳି ଚଳାଇ ଥିବାବେଳେ ଗୋଟେ ଗୁଳି ତାଙ୍କ ଅଣ୍ଟାରେ ବାଜିଛି । ଚନ୍ଦ୍ରଶେଖରଙ୍କୁ ସହାରନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେ ଏବେ ବିପଦ ମୁକ୍ତ ଅଛନ୍ତି । ଇତିମଧ୍ୟରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ହସ୍ପିଟାଲ ଯାଇ ଚନ୍ଦ୍ରଶେଖରଙ୍କୁ ଭେଟିଛନ୍ତି । ଦୁହେଁ ଚନ୍ଦ୍ରଶେଖରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣା ଦେଉଥିବା କୁସ୍ତିଯୋଦ୍ଧାଙ୍କୁ ଚନ୍ଦ୍ରଶେଖର ଆଜାଦ ସମର୍ଥନ କରୁଥିଲେ । କୁସ୍ତିଯୋଦ୍ଧାଙ୍କୁ ଭେଟିବା ପାଇଁ ଧାରଣାସ୍ଥଳ ମଧ୍ୟ ଯାଇଥିଲେ । ଏହାସହ ଯଦି ସରକାର କୁସ୍ତିଯୋଦ୍ଧାଙ୍କ କଥା ନମାନନ୍ତି ତା’ ହେଲେ ଭୀମ ଆର୍ମି ସେମାନଙ୍କ ସମର୍ଥନରେ ବିରୋଧ ପ୍ରଦର୍ଶନ କରିବ ବୋଲି ଚନ୍ଦ୍ରଶେଖର କହିଥିଲେ ।