ଓଡ଼ିଆ ଅଧିକାରୀ ହେବେ ଭାରତୀୟ ସେନା ଉପମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ସେନାର ପରବର୍ତ୍ତୀ ଉପମୁଖ୍ୟ ହେବେ ଓଡିଶା ଜନ୍ମିତ ଚଣ୍ଡି ପ୍ରସାଦ ମହାନ୍ତି। ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଜୟବଡ଼ରେ ତାଙ୍କ ଘର। ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ବର୍ତ୍ତମାନ ସଦର୍ଣ୍ଣ କମାଣ୍ଡର କମାଣ୍ଡିଂ ଇନ ଚିଫ ରହିଛନ୍ତି। ତେବେ ସତିନ୍ଦର କୁମାର ସାଇନି ଭାରତୀୟ ସେନାର ଉପମୁଖ୍ୟ ଅଛନ୍ତି। ସେ ଆସନ୍ତା ୩୧ ତାରିଖରେ ଅବସର ନେବେ। ତାଙ୍କ ସ୍ଥାନରେ ଚଣ୍ଡିପ୍ରସାଦ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।