ପୁରୀ,ଏନ୍ଏନ୍ଏସ୍: ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା। ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ମହାମାରୀ ପାଇଁ ଚଳିତ ବର୍ଷ ବିନା ଭକ୍ତରେ ଚନ୍ଦନ ଯାତ୍ରା ହେବ। ସାମାଜିକ ଦୂରତା ରଖି ଚନ୍ଦନ ଯାତ୍ରାର ସମସ୍ତ ନୀତିକାନ୍ତି ସମ୍ପାଦନ କରାଯିବ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ ଆସନ୍ତା ୨୬ ତାରିଖରେ ଚନ୍ଦନ ଯାତ୍ରା ହେବ। ସେଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଚନ୍ଦନ ଯାତ୍ରା ପରେ ରଥଯାତ୍ରାର ପ୍ରସ୍ତୁତି ଆରମ୍ଭ ହେବ। ଯଦି କୋରୋନା ଅତି ଭୟଙ୍କର ରୂପ ନିଏ, ତେବେ ବିନା ଭକ୍ତରେ ମହାପ୍ରଭୁଙ୍କ ଘୋଷଯାତ୍ରା ମଧ୍ୟ ହେବ। ସେ ଆହୁରି ମଧ୍ୟ କହିଛନ୍ତି, “ଭକ୍ତମାନେ ଘରେ ବସି ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବେ। କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବନି ବୋଲି ବରିଷ୍ଠ ସେବାୟତ କହିଛନ୍ତି ।