ଚନ୍ଦା କୋଚରଙ୍କ ୭୮ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ,ଏଜେନ୍ସି: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡିଏବଂ ସିଇଓ ଚନ୍ଦା କୋଚର ପୁଣି ସମସ୍ୟା ମଧ୍ୟକୁ ଆସିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚନ୍ଦା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୋଟ ୭୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ସମ୍ପତ୍ତି ମଧ୍ୟରେ ଦକ୍ଷିଣ  ମୁମ୍ବାଇ ସ୍ଥିତ ତାଙ୍କ ଆପାର୍ଟମେଣ୍ଟ, ଶେୟାର୍ ଏବଂ ଅନ୍ୟ ସ୍କିମ୍‌ରେ ନିବେଶ, ବ୍ୟାଙ୍କ ଆକାଉଣ୍ଟ ଏବଂ ସ୍ୱାମୀଙ୍କ କମ୍ପାନୀ ନ୍ୟୁ ପାୱାରରିନ୍ୟୁଏବଲ୍ସ କାର୍ଯ୍ୟାଳୟ ଆଦି ସାମିଲ ରହିଛି।

୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ମିଳିଥିବା ୩,୨୫୦ କୋଟି ଟଙ୍କାର ଋଣ ମାମଲାରେ ସମ୍ପୃକ୍ତ ଥିବା କାରଣରୁ ଚନ୍ଦାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭୋଡାଫୋନ୍‌ ଇଣ୍ଡଷ୍ଟ୍ରୀଜ୍ଦ୍ୱାରା ଚନ୍ଦାଙ୍କ ସ୍ୱାମୀଙ୍କ କମ୍ପାନୀରେ ନିବେଶରେ ଅନିୟମିତତା କରାଯାଇଥିବା ଅଭିଯୋଗ ହେବା ପରେ ୨୦୧୮ ଅକ୍ଟୋବରରେ  ଚନ୍ଦା ବ୍ୟାଙ୍କରୁ ଇସ୍ତଫା ଦେଇଥିଲେ।