ଆସନ୍ତା ୨୩ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସିବ କୁଳପତି ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୟୁଜି, ପିଜି ଏବଂ ବିଭିନ୍ନ ଅଡମିସନ ପ୍ରକ୍ରିୟାକୁ କିପରି ତ୍ୱରାନ୍ୱିତ କରାଯାଇ କରୋନା ପୀଡିତ ଶିକ୍ଷା ବର୍ଷରେ କିପରି ଏହି ସବୁ କାର୍ଯ୍ୟ ବିନା ଦ୍ୱିଧାରେ କରାଯିବ ସେ ନେଇ ଲୋକସେବା ଭବନରେ ଜୁଲାଇ ୨୩ ତାରିଖରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ। ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି, କୁଳସଚିବ ଓ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସହିତ ବୈଠକର ଅଧ୍ୟକ୍ଷତା କରିବେ। ବିଭାଗୀୟ ସଚିବ ଓ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।

ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବାରୁ ପୂର୍ବରୁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଥିବା ବେଳେ ୟୁଜି ଏବଂ ପିଜିର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କର ଶେଷ ସେମିଷ୍ଟର ପରୀକ୍ଷା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ବିନା ପରୀକ୍ଷାରେ ଦଶମ ପାସ କରିଥିବା ଏବଂ ଦ୍ୱାଦଶ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ମୂଲ୍ୟାଙ୍କନ ପରେ ସେମାନଙ୍କର ଅଡମିସନ ଆଦି ବିଷୟରେ ଆଲୋଚନା କରିବାକୁ ଏହି ବୈଠକ ଡକାଯାଇଛି।