ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା,ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିହାରର ମଧ୍ୟ ଭାଗରେ ସକ୍ରୀୟ ରହିଥିବା ଲଘୁଚାପ ପାଖରୁ ଅଭ୍ୟନ୍ତରିଣ ଓଡିଶା ପର୍ୟ୍ୟନ୍ତ ଲମ୍ବିଥିବା ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟର ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧାମାଳ, ଅନୁଗୁଳ, ଢେଙ୍କାନାଳ,ଦେଓଗଡ,ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା କାଲି ଉପକୂଳ ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧାମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୫ ତାରିଖରେ ଦକ୍ଷିଣ ଅଭୟନ୍ତରିଣ ଓଡିଶାର କିଛି ଜିଲ୍ଲା ଏବଂ ଉତ୍ତର ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧାମାଳ, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ଚେତାବନୀ ଜାରି କରାଯାଇଛି।