ଚୀନ ପାରା-ବ୍ୟାଡମିଣ୍ଟନ : ଦ୍ୱିତୀୟ ରାଉଣ୍ଡରେ ପ୍ରମୋଦ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଓଡ଼ିଶାର ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନ ପ୍ରମୋଦ ଭଗତ ଚୀନ-ପାରାବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ପ୍ରମୋଦ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସରେ ବିଜୟୀ ହୋଇଛନ୍ତି। ପୁରୁଷ ବିଭାଗ ସିଙ୍ଗଲ୍ସରେ ସେ ଚୀନର ଫାସିନ ଉ’ଙ୍କୁ ୨୧-୧୩, ୨୧-୧୬ରେ ହରାଇ ଦେଇଛନ୍ତି। ସେହିପରି ମନୋଜ ସରକାରଙ୍କ ସହ ପାର୍ଟନରଶିପ କରି ସେ ଡବଲ୍ସରେ ଇଣ୍ଡୋନେସିଆର ଆରି ଆଙ୍ଗାରା ଓ ଉକୁନ ରୁକାଏଣ୍ଡିଙ୍କୁ ୨୧-୧୧, ୨୧-୧୮ରେ ହରାଇଥିଲେ। ବୁଧବାର ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତରୁ ୧୭ ପ୍ରତିଯୋଗୀଙ୍କ ସମେତ ସମଗ୍ର ବିଶ୍ୱରୁ ୧୩୯ ଜଣ ଅଂଶଗ୍ରହଣ କରୁଛନ୍ତି। ଏହା ମଧ୍ୟରେ ଓଡ଼ିଶାରୁ ଜଣେ ମାତ୍ର ପ୍ରମୋଦ ଭଗତ ରହିଛନ୍ତି।