କ୍ୟାବିନେଟ୍ ନିଷ୍ପତ୍ତି: ସରକାରୀ ଚାକିରି ପାଇଁ ଏବେ ସିଇଟି

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଜାତୀୟ ନିଯୁକ୍ତି ପ୍ରତିଷ୍ଠାନ (ଏନଆରଏ)କୁ ସରକାରୀ ସ୍ତରର ପଦବୀ ପାଇଁ ସାଧାରଣ ଯୋଗ୍ୟତା ପରୀକ୍ଷା(ସିଇଟି) କରିବାକୁ କ୍ଷମତା ଦିଆଯାଇଛି। ଏହାଦ୍ୱାରା ଦେଶର ଚାକିରି ଆଶାୟୀମାନେ ବିଶେଷ ଭାବରେ ଉପକୃତ ହେବେ। ଏଥି ସହ ବିଭିନ୍ନ କ୍ଷେତ୍ର ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନରେ ସୁବିଧା ହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ୨୦ଟି ବିଭିନ୍ନ ପ୍ରକାରର ନିଯୁକ୍ତି ସଂସ୍ଥା ରହିଛି।

ତେବେ ଖୁବ୍‌ ଶୀଘ୍ର କେବଳ ଗୋଟିଏ ମାତ୍ର ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ। ବିଭିନ୍ନ ଚାକିରି ପାଇଁ ପରୀକ୍ଷା କରାଉଥିବା ଷ୍ଟାଫ୍‌ ସିଲେକ୍ସନ କମିସନ, ରେଲୱେ ରିକ୍ରୁଟମେଣ୍ଟ୍‌ ବୋର୍ଡ ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାକିଂ ସର୍ଭିସ ପର୍ସନେଲ୍‌ ପାଇଁ ପ୍ରଥମ ସ୍ତରର ସାଧାରଣ ପରୀକ୍ଷା ଏନଆରଏ ଦ୍ୱାରା ହିଁ ସମ୍ପାଦିତ ହେବ।