ସେସୁର ଅଧାଭାଗ ନେଲା ଟାଟା ପାୱାର: ଦ୍ୱିଗୁଣିତ ହେବ ଗ୍ରାହକଙ୍କ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶେଷରେ ଓଡିଶାର ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ)ର ଘରୋଇକରଣ ନିଶ୍ଚିନ୍ତ ହୋଇଛି। ଟାଟା ପାୱାର କମ୍ପାନୀ ଲିମିଟେଡକୁ ଓଇଆରସି ପକ୍ଷରୁ ସଦିଚ୍ଛାପତ୍ର ପ୍ରଦାନ କରାଯାଇଛି। ସେସୁର ୫ଟି ବିଦ୍ୟୁତ ଆବଣ୍ଟନ ସର୍କଲରେ ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣର ଲାଇସେନ୍ସ ଟାଟା ପାୱାର ନେବା ହିଁ ଏକପ୍ରକାରର ଥୟ। ସେସୁ ଘରୋଇକରଣ କରିବା ଲାଗି ଓଇଆରସି ପକ୍ଷରି ବିଜ୍ଞାପନ ପ୍ରକାଶ ପାଇଥିଲା।

ଏହି ପରିପ୍ରେକ୍ଷୀରେ ରେସ୍ ର ସବୁଠାରୁ ଆଗରେ ରହିତିଲା ଟାଟା ପାୱାର। ଏହାକୁ ୨୫ ବର୍ଷ ପାଇଁ ସେସୁର ବିଦ୍ୟୁତ ଆବଣ୍ଟନ ଲାଇସେନ୍ସ ପ୍ରଦାନ କରାଯିବ। ସେସୁର ବର୍ତ୍ତମାନ ଗ୍ରହାକଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ। ତେବେ ସେସୁ ଅଧିଗ୍ରହଣ ପରେ ଏହାର ସଂଖ୍ୟା ୨ଗୁଣ ହୋଇାଯିବ ବୋଲି ଜଣାଯାଇଛି। ସେସୁରେ ଟାଟା ପାୱାରର ୫୧ ପ୍ରତିଶତ ରାଜ୍ୟ ସରକାରଙ୍କ ୪୯ ପ୍ରତିଶତ ଅଂଶଧନ ରହିବ।

ପିପପି ମୋଡ୍ ରେ ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବିତରଣ କ୍ଷେତ୍ରରେ ଦେଶରେ ଟାଟା ପାୱାରର ଅନେକ ଅଭିଜ୍ଞତା ରହିଛି ବୋଲି ଟାଟା ପାୱାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀର ସିହ୍ନା ସୂଚନା ଦେଇଛନ୍ତି।