ଦେଶରେ ପୁଣି ଉପରମୁହାଁ କୋରୋନା, ୬ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,ଏଜେନ୍ସି: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ସଂକ୍ରମଣ । ଦେଶରେ ଦୀର୍ଘ ୪ ମାସ ପରେ କୋଭିଡ ସଂକ୍ରମଣ ମାମଲା ୭୦୦ ପାର କରିଛି । ଏହାକୁ ଦୃଷ୍ଟିରେ ରଖି ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଏହି ରାଜ୍ୟ ଗୁଡିକରେ କୋଭିଡ ପରୀକ୍ଷା ଏବଂ ଟ୍ରାକିଂ ଉପରେ ଗୁରୁତ୍ବ ଦେବା ପାଇଁ ଚିଠିରେ କୁହାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୬ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ ୫ ସୁତ୍ରୀ ଋଣନୀତି ଯଥା ଟେଷ୍ଟ, ଟ୍ରାକ, ଟ୍ରିଟ, ଟୀକାକରଣ ଓ କୋଭିଡର ଅନୁରୂପ ବ୍ୟବହାର କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି । କୋଭିଡ ବିରୋଧୀ ଲଢେଇରେ ଆଦୌ ଅବହେଳା ନକରି ମାଇକ୍ରୋ-କଣ୍ଟେନମେଣ୍ଟ କରି ସଂକ୍ରମଣକୁ ରୋକିବାର ଆବଶ୍ୟକତା ରହିଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସହ ସ୍ଥାନୀୟ କ୍ଲଷ୍ଟରରେ ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ଜେନୋମ ସିକ୍ବେନ୍ସିଂ ନିମନ୍ତେ ପଠାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି ।