ଶ୍ରୀନଗର,ଏନ୍ଏନ୍ଏସ୍: କେନ୍ଦ୍ର ସରକାର ଜମ୍ମୁ କଶ୍ମୀରର ବିକାଶ ପାଇଁ ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରନ ବଡ଼ଗାମରେ କହିଛନ୍ତି ଯେ, ଏହା ଦ୍ୱାରା କେନ୍ଦ୍ର ଶାସିତ ରାଜ୍ୟରେ ବିକାଶ ଓ ସମୃଦ୍ଧିର ନୂଆ ଝଲକ ଦେଖିବାକୁ ମିିଳିବ। ଦକ୍ଷତା ବିକାଶ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ମଧ୍ୟ କଶ୍ମୀରର ବଡ଼ଗାମ ଜିଲ୍ଲାରେ ବାନ୍ଦିପୋରା ଆଇଟିଆଇ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଟିଆଇ ଓ ପଲିକେଟନିକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ସେ ଜମ୍ମୁ ଓ କଶ୍ମୀର ଲାଗି କେନ୍ଦ୍ରର ସ୍ୱତନ୍ତ୍ର ଲୋକସଂପର୍କ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ଖର୍ଚ୍ଚ କରାଯିବାକୁ ଥିବା ରାଶିର ଉପଯୋଗ ରୋଜଗାର ସୃଜନ, ଯୁବକଙ୍କୁ ସୁକ୍ଷ୍ମ ଆମଦାନୀ କରିପାରୁଥିବା କାରଖାନା ପ୍ରତିଷ୍ଠା କରିବା ଲାଗି ପ୍ରୋତ୍ସାହିତ କରିବା ଓ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ବଢ଼ାଇବା ଲାଗି କାମ କରାଯିବ।
କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପଞ୍ଚାୟତିରାଜର ସଦସ୍ୟଙ୍କୁ କହିଛନ୍ତି ଜମ୍ମୁ କଶ୍ମୀରରେ ଲୋକ ଅଭିଯୋଗର ସମାଧାନ ପାଇଁ ସ୍ଥାନୀୟ ଲୋକ ଓ ପ୍ରଶାସନ ମଧ୍ୟରେ ସେତୁ ଭାବରେ କାମ କରିବାକୁ କହିଛନ୍ତି। ଜଳ ଶକ୍ତି ଓ ଅନୁସୂଚିତ ବ୍ୟାପାର ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଲୋକକଲ୍ୟାଣ କାର୍ଯ୍ୟକ୍ରମ ଅନୁଯାୟୀ ଶିଶତୱାଡ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜିଲ୍ଲା ଉନ୍ନୟନ ପରିଷଦ (ଡିଡିସି)ର ସଦସ୍ୟ, ବ୍ଲକ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ପିଆରଆଇ ପ୍ରତିନିଧିଙ୍କ ସହିତ ଚିନାବ ଭବନରେ ବୈଠକ କରିଛନ୍ତି।