ମନରେଗା ଶ୍ରମିକଙ୍କ ପାରିଶ୍ରମିକ ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକଡାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମନରେଗା ଶ୍ରମିକଙ୍କ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। କେନ୍ଦ୍ରୀୟ ଗ୍ରାମୀଣ ଓ ପଞ୍ଚାୟତରାଜ ମନ୍ତ୍ରଣାଳୟ ମୁତାବକ କରୋନା ମହାମାରୀ ଯୋଗୁଁ ଶ୍ରମିକଙ୍କ ପାହୁଣାରେ ୨୦ ଟଙ୍କା ବଢ଼ାଇ ଦିଆଯାଇଛିି। ୨୦ ତାରିଖରୁ କେନ୍ଦ୍ର ସରକାର ଯେଉଁ କ୍ଷେତ୍ରକୁ କୋହଳ କରିଛନ୍ତି ସେଥିରେ ଗ୍ରାମାଞ୍ଚଳରେ ମନରେଗା ସହିତ ଜଡ଼ିତ କାର୍ଯ୍ୟ ମଧ୍ୟ ସାମିଲ ରହିଛି। ଗ୍ରାମାଞ୍ଚଳରେ ମନରେଗା ରୋଜଗାରର ସବୁଠୁ ବଡ଼ ମାଧ୍ୟମ । ଯେଉଁଥିରେ ୫ରୁ ୬ କୋଟି ପରିବାରକୁ ରୋଜଗାର ମିଳିଥାଏ।