୨୧ରେ ଓଡିଶା ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତା ୨୧ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଶ୍ରୀ ଶେଖାୱତ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନ ଠାରେ ସକାଳ ୧୦.୩୦ରେ ହେବାକୁ ଥିବା ଏକ ସମ୍ମିଳନୀରେ ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ସଂପର୍କରେ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଜନସମ୍ପର୍କ ଓ ଜନଜାଗରଣ ଯାତ୍ରା ଅବସରରେ ଜମ୍ମୁ-କଶ୍ମୀରରେ ଅନୁଛେଦ ୩୭୦ ଓ ୩୫ (ଏ) ଉଠିବା ପରେ ତାର ଉବଲବ୍ଧି ସଂପର୍କରେ ଶ୍ରୀ ଶେଖାୱତ ଯୁବପିଢୀ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ। ଏହି ଧାରା ହଟିବା ପରେ ଜାମ୍ମୁ -କଶ୍ମୀର ବାସିନ୍ଦାଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ହୋଇଛି ସେ ନେଇ ଜନସାଧାରଣମାନଙ୍କୁ ଅବଗତ କରାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।