କୋଟପାଡ଼ରେ ମନରେଗାର ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

କୋଟପାଡ଼,ଏନ୍ଏନ୍ଏସ୍: କୋଟପାଡ଼ ବ୍ଲକର ବାତାସନା ଓ ମୂତାହାଣ୍ଡି ପଞ୍ଚାୟତରେ କେନ୍ଦ୍ରୀୟ ଟିମ୍ ପହଞ୍ଚି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟର ସମୀକ୍ଷା କରିଛନ୍ତି। ନେସନାଲ୍ ଲେବ୍ ମନିଟରିଂ ଟିମର ବରିଷ୍ଠ ଅଧିକାରୀ ଲଖନ୍ ପାଠକ୍ ଓ ପ୍ରବାଣ କୁମାର ପଞ୍ଚାୟତ ଗସ୍ତ କରି ମନରେଗା ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଜବ୍ କାର୍ଡ, ମଷ୍ଟର୍ ରୋଲ୍ ଇତ୍ୟାଦି ଯାଞ୍ଚ କରିଥିଲେ। କେନ୍ଦ୍ରୀୟ ଟିମର ଗସ୍ତ ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, କୋଟପାଡ଼ ବିଡିଓ ଦାଶରଥୀ ସରାବୁ, ଏବିଡିଓ ଗୋକୁଳାନନ୍ଦ ଭଟ୍ଟ, ସହକାରୀ ଯନ୍ତ୍ରୀ କ୍ଷୀରୋଦ ବେହେରା, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।