ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ, ଅତିରିକ୍ତ ସଚିବ ଇସ୍ପାତ ମନ୍ତ୍ରଣାଳୟ, ରସିକା ଚୌବେ ଏବଂ ମନ୍ତ୍ରଣାଳୟର ଅନ୍ୟ ପ୍ରମୁଖ ବରିଷ୍ଠ ଅଧିକାରୀଙ୍କ ସହ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ଯାଜପୁର କାରଖାନା ପରିଦର୍ଶନ କରିଛନ୍ତି। ଜିନ୍ଦଲ ଷ୍ଟେନଲେସ ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ମନ୍ତ୍ରୀଙ୍କୁ ଉତ୍ପାଦନ ସୁବିଧା ଓ ବ୍ୟବସ୍ଥାପନାବୁଲି ଦେଖାଇଥିଲେ।
ନିର୍ଦ୍ଦେଶକ ଜେଏସଏଚଏଲ ଜଗମୋହନ ସୁଦ, ବିଜୟ ଶର୍ମା, ଶ୍ରୀ ଦୀପକ ଅଗ୍ରୱାଲ, ରାଜେଶ ମୋହତ ଓ ଶଶୀଭୂଷଣ ଉପାଧ୍ୟାୟଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଥିଲେ ଯେ ଆମ କାରଖାନାରେ ମାନ୍ୟବର ମନ୍ତ୍ରୀଙ୍କ ପଦାର୍ପଣ ଓ ଭାରତୀୟ ଇସ୍ପାତ ଉଦ୍ୟୋଗ ସଂପର୍କରେ ପାରସ୍ପରିକ ବିଚାର ବିମର୍ଶ କରିଥିବାରୁ ଆମ ପାଇଁ ଏହା ଗୌରବର ବିଷୟ।