ଅସୁସ୍ଥ ଥିଲେ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ, ନାଗରିକମାନଙ୍କୁ ଅନୁରୋଧ କଲେ ରେଳମନ୍ତ୍ରୀ ପୀୟୂଷ ଗୋୟଲ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଜୀବାଣୁ ମହାମାରୀ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଶ୍ରମ ଟ୍ରେନ୍ ଚଳାଚଳ କରୁଛି। ଏହି ସମୟରେ ଏହି ଯାତ୍ରା ସମୟରେ ଶ୍ରମ ଟ୍ରେନରେ କେତେକ ଶ୍ରମିକଙ୍କ ମୃତ୍ୟୁ ଖବର ଆସିଛି। ଯାହା କିଛି ରୋଗ, ଭୋକ କିମ୍ବା ପାନୀୟ ଜଳ ଅଭାବ ହେତୁ ଘଟିଥିବା ନେଇ ଜଣାପଡିଛି ଜ୍ଝ ବର୍ତ୍ତମାନ ଏହି ବିଷୟରେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଟ୍ରେନରେ ଯାତ୍ରା କରିବା ଉଚିତ ନୂହେଁ ଅତି ଜରୁରୀ ନ ହେଲେ ଆପଣ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ ।

ଶୁକ୍ରବାର ପୀୟୁଷ ଗୋୟଲ ଟ୍ୱିଟରରେ ଏକ ନୋଟ୍ ଜାରି କରିଛନ୍ତି। ଏହି ଟୁଇଟ୍ ରେ ପୀୟୁଷ ଗୋୟଲ ଲେଖିଛନ୍ତି, ‘ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା, ଏବଂ ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସର ବ୍ୟକ୍ତି କେବଳ ଅତି ଜରୁରୀ ଆବଶ୍ୟକତା ଥିଲେ ହିଁ ଶ୍ରମ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରନ୍ତୁ । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ପରିବାର ପ୍ରତିବଦ୍ଧ।