ଉତ୍ତରପ୍ରଦେଶର କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କେଲ କେନ୍ଦ୍ରମନ୍ତ୍ରୀ

ଉତ୍ତରପ୍ରଦେଶ,ଏଜେନ୍ସି: ରାଷ୍ଟ୍ରୀୟ ପୋଷଣ ମାସ ଅଧୀନରେ ନିଆଯାଇଥିବା ଉଦ୍ୟମ ଏବଂ ନୂଆ ଯୋଜନା ଦ୍ୱାରା ପିଲା ମାନଙ୍କ ମଧ୍ୟରେ ମଧ୍ୟାହ୍ଣ ଭୋଜନ ପ୍ରତି ଲୋକପ୍ରିୟତା ବଢିଛି ବୋଲି ଆଜି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାର୍ପଣ କରିବା ସହ ସାଧାରଣ ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନରେ ସିଦ୍ଧାର୍ଥନଗର ସ୍ଥିତ ମଧୁବେନିଆ ପ୍ରାଥମିକ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ସନ୍ତୁଳିତ ଭାବରେ ସୁସ୍ଥ ଖାଦ୍ୟକୁ ଏକ ଜନଆନ୍ଦୋଳନ କରିବା ଏବଂ ପୋଷଣ ଗତିବିଧିକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀଙ୍କ ପୋଷଣ ଅଭିଯାନ ପରିକଳ୍ପନା ଅପପୃଷ୍ଟିକୁ ସମାପ୍ତ କରିବାରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟର ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଭବନ ସ୍ଥାନୀୟ ଅଂଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପହାର। ଆଧୁନିକ ଏବଂ ସର୍ବୋତ୍ତମ ସୁବିଧା ବ୍ୟବସ୍ଥା ଥିବା ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ମାଧ୍ୟମ ହେବ। ଯେତେବେଳେ ଗୋଟିଏ ପିଲା ଶିକ୍ଷିତ ହୁଏ ସେତେବେଳେ ତାହାର ଲାଭ ପରିବାରକୁ ମିଳିଥାଏ। ଏହି ପବିତ୍ର ଭୂମିରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତ କରି ପିଲାମୋନ ଦେଶର ଭବିଷ୍ୟତର ନେତୃତ୍ୱକର୍ତ୍ତା ହେବେ।

ପ୍ରଭାରୀ ଦାୟିତ୍ୱ ମିଳିବା ପେର ନିଜ ପ୍ରଥମ ଉତ୍ତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବିକାଶ ପାଇଁ ଅଭୁତପୂର୍ବ ପ୍ରାଥମିକତା ଦେଇଛନ୍ତି।

ଆଜି ଲୋକାର୍ପିତ ବିଦ୍ୟାଳୟ ଭବନ ହେଉ କିମ୍ବା ଆଗାମୀ ଦିନ ଗୁଡ଼ିକରେ ମେଡ଼ିକାଲ କଲେଜ୍ ନିର୍ମାଣ, ଏହା ବିଜେପିର ଡ଼ବଲ ଇଞ୍ଜିନର ବିକାଶର ପ୍ରାଥମିକତାର ପରିଚୟ। ଉଜ୍ଜ୍ୱଳା ଭଳି ଯୋଜନା ଦ୍ୱାରା ଗରିବ ମାଆ ଭଉଣୀଙ୍କୁ ସଶକ୍ତ କରିବା ହେଉ କିମ୍ବା ଟିକାକରଣ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଉତ୍ତରପ୍ରଦେଶ ଆଜି ସବୁ କ୍ଷେତ୍ରରେ ନୂଆ ରେକର୍ଡ କରୁଅଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ୪.୫ ବର୍ଷରେ ରାଜ୍ୟର ପ୍ରତିଛବି ପରିବର୍ତ୍ତନ କରିଛନ୍ତି।

ବୈଶ୍ୱିକ ଚ୍ୟୋଲଞ୍ଜ୍ ସମୟରେ ଆଜି ଭାରତ ଦୁନିଆ ଆଗରେ ଏକ ଉଦାହରଣ ଭାବେ ଉଭା ହେଉଛି। ଉତ୍ତରପ୍ରଦେଶ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଶ୍ୱରେ ଦୁନିଆ ଆଗରେ ନୂଆ କୀର୍ତ୍ତିମାନ ସ୍ଥାପିତ କରୁଛି।

ବିକାଶର ଏହି ଧାରାକୁ ବଜାୟ ରଖିବା ପାଇଁ ୨୦୨୨ରେ ମଧ୍ୟ ରାଜ୍ୟରେ ଯୋଗୀ ସରକାରର ଆବଶ୍ୟକତା ରହିଛି। ସବୁ କ୍ଷେତ୍ରରେ ରାଜ୍ୟକୁ ଏକ ନମ୍ବର କରିବାର ନେତା ହେଉଛନ୍ତି ଯୋଗୀ ଆଦିତ୍ୟନାଥ। ରାଜ୍ୟରେ ସୁବ୍ୟବସ୍ଥା, ସୁଶାସନ ତଥା ଭଲ ନେତୃତ୍ୱ ରହିଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଡ଼ବଲ ଇଞ୍ଜିନର ଗତି ତ୍ୱରାନ୍ୱିତ ହେବ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।