କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏନେଇ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘କରୋନା ଲକ୍ଷଣ ଦେଖାଦେବାରୁ ମୁଁ ଟେଷ୍ଟ କରାଇଥିଲି। ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ଏବେ ସୁସ୍ଥ ଅଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଛି’।