ଅଭିନେତା ସୋନୁ ସୁଦଙ୍କ ପ୍ରଶଂସାରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ କରାଯାଇଥିବା ଲକଡାଉନରେ ପ୍ରବାସୀ ଶ୍ରମିକ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏଭଳି ସ୍ଥିତିରେ ଗୋଟିଏ ପଟେ ସିନେ ତାରକା ଘରେ ବସି ନିଜ ଫ୍ୟାନଙ୍କୁ ସତର୍କ କରୁଥିବାବେଳେ ଅନ୍ୟପଟେ ଶ୍ରମିକଙ୍କ ପାଇଁ ଭଗବାନ ସାଜିଛନ୍ତି ଅଭିନେତା ସୋନୁ ସୁଦ। ସୋନୁଙ୍କୁ ଲୋକେ ଏବେ ଟ୍ୱିଟର ଯୋଗେ ସାହାଯ୍ୟ ମାଗୁଥିବା ବେଳେ ସେ ମଧ୍ୟ ସେମାନଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି।

ସୋନୁଙ୍କ ଏଭଳି କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ସ୍ମିତି ଇରାନୀ ତାଙ୍କର ପ୍ରଶଂସା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି କି, ‘ପେଶାଗତ ଭାବେ ଦୁଇ ଦଶକ ଧରି ଆପଣଙ୍କୁ ଜାଣିବାର ସୌଭାଗ୍ୟ ମୋତେ ମିଳିଛି। ଜଣେ ଅଭିନେତା ରୂପେ ସୋନୁ ବେଶ୍ ପରିଚିତ। କିନ୍ତୁ ଏବେ ଏହି କଠିନ ପରିସ୍ଥିତିରେ ଆପଣ ଯେଉଁ ଦୟା ମନୋଭାବ ପ୍ରଦର୍ଶିତ କରିଛନ୍ତି ତାହାକୁ ନେଇ ମୁଁ ଗର୍ବିତ। ଅଭାବିଙ୍କୁ ସାହାଯ୍ୟ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।’