ମୁନିଗୁଡ଼ା,ଏନ୍ଏନ୍ଏସ୍: କୁମୁଡ଼ାବାଲି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି ଓ ମିଲେଟେସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କୁମୁଡ଼ାବାଲି ଆଞ୍ଚଳିକ ସାଧନା କେନ୍ଦ୍ରର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଇଚ୍ଛୁକ ତଥା ପ୍ରତିଭାସମ୍ପନ୍ନ ଛାତ୍ରଛତ୍ରୀ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । କୁମୁଡ଼ାବାଲି ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ଗାୟତ୍ରୀ ଆମ୍ବାଡ଼ି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ମୁନିଗଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚିଚୁଆନ ଓ ଶ୍ରୀ ପ୍ରସନ୍ନ କୁମାର ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁରଭି ୨୦୨୩ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହାୟତାରେ ବରିଷ୍ଠ ଓ କନିଷ୍ଠ ବିଭାଗର ଚିତ୍ରାଙ୍କନ, ସଙ୍ଗୀତ, ରଚନା ଲିଖନ, ହସ୍ତାକ୍ଷର ଲିଖନ, ସାଧାରଣ ଜ୍ଞାନ, ମାଣ୍ଡିଆ ସମ୍ପର୍କିତ ପ୍ରଶ୍ନ ଉତ୍ତର ଓ ସାସ୍କୃତିକ କର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ସମ୍ପାଦନ କରାଯାଇଥିଲା । ଉକ୍ତ ପ୍ରତଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଶିକ୍ଷାର୍ଥୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । କୁମୁଡ଼ାବାଲି ସାଧନା କେନ୍ଦ୍ର ସଂଯୋଜକ ଚିନାରୀ କୁସୁଲିଆଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିବାବେଳେ ଅନୁଷ୍ଠାନର ପ୍ରଧାନଶିକ୍ଷକ ବୃନ୍ଦାବନ ମାଣ୍ଡିକା ସଭାର ସଭାତିତ୍ୱ କରିଥିଲେ । ଉପସ୍ଥିତ ଶିକ୍ଷକଙ୍କ ମଧ୍ୟରେ କୈଳାସ ଗୌଡ଼, ସତ୍ୟବତୀ ବାଉରୀ, ପ୍ରତିମା ବାରିକ୍, ରମେଶ ମିଶ୍ର, କୃଷ୍ଣ ଦାସ୍, ମନୋଜ୍ ଦାସ୍, ଗଞ୍ଜି ନାଗ, ରାମଚନ୍ଦ୍ର ସାହୁ, ଚନ୍ଦ୍ରକାନ୍ତି ଲେଙ୍କା, ସୁଧାଂଶୁ ଶେଖର ପଣ୍ଡା, ଚିତ୍ତ ଶବର ଓ ତପନ୍ କଣ୍ଡଗୋରିଙ୍କ ସମେତ କ୍ଷେତ୍ରବାସୀ ବାବୁ ପ୍ରମୁଖ ଶିକ୍ଷକମାନେ ଉପସ୍ଥିତ ରହି ପରିଚାଳନାରେ ସହାୟତା କରିଥିଲେ । ସୁବାସ ଖୁରା ମଞ୍ଚ ପରିଚାଳନା କରିଥିଲେ ।