ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଉପରୁ ରପ୍ତାନି କଟକଣା ଉଠାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭାଇରସ ଚିକିତ୍ସାରେ ବ୍ୟବହୃତ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ‌ ଉପରୁ କେନ୍ଦ୍ର ସରକାର ରପ୍ତାନି କଟକଣା ଉଠାବାକୁ ନିଷ୍ପତ୍ତି ନେଇଥିବା କଥା ବୁଧବାର ଦିନ କେନ୍ଦ୍ର ରସାୟନିକ ଓ ସାର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଘୋଷଣା କରିଛନ୍ତି। ଏ ନେଇ ଶ୍ରୀ ଗୌଡା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଏପିଆଇ ତଥା ଏହାର ପ୍ରସ୍ତୁତି ସାମଗ୍ରୀ ରପ୍ତାନି ଉପରେ ଘୋଷିତ ନିଷେଧାଜ୍ଞାକୁ ଉଠାଇବା ନିଷ୍ପତ୍ତିକୁ ଡିପାର୍ଟମେଣ୍ଟ୍‌ ଅଫ୍ ଫାର୍ମସ୍ୟୁଟିକାଲ୍ସ୍ ଅନୁମୋଦନ କରିଛି।

‘ଏସ୍ଇଜେଡ୍’/‘ଇଓୟୁ’ ୟୁନିଟ୍‌ମାନଙ୍କୁ ଛାଡ଼ି ବାକି କମ୍ପାନୀମାନେ ସେମାନଙ୍କ ଉତ୍ପାଦର ୨୦% ଘରୋଇ ବଜାରକୁ ଯୋଗାଇବେ। ଏ ସମ୍ପର୍କରେ ଔପଚାରିକ ବିଜ୍ଞପ୍ତି ଜାରି କରିବାକୁ ‘ଡାଇରେକ୍ଟୋରେଡ୍ ଅଫ୍ ଫରେନ୍ ଟ୍ରେଡ୍’କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ଗୌଡ଼ାଙ୍କ ଘୋଷଣା ପରେ ପରେ ‘ଡାଇରେକ୍ଟୋରେଡ୍ ଅଫ୍ ଫରେନ୍ ଟ୍ରେଡ୍’ ଏ ବାବଦରେ ଏକ ବିଜ୍ଞପ୍ତି ଜାରି କରିଛି।