ବିହାରର ଦରଭଙ୍ଗାରେ ଏମ୍ସ ଖୋଲିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ବିକାଶ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରାଯାଉଛି। ଏହି ଦିଗରେ ଆଉ ପାଦେ ଆଗକୁ ଯାଇ କେନ୍ଦ୍ର କ୍ୟାବିନେଟ ଦରଭଙ୍ଗାରେ ଏମ୍ସ ଖୋଲିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ ଦୀର୍ଘ ବର୍ଷରୁ ଦାବି କରାଯାଉଥିଲା। ୧୨୬୪ କୋଟି ଟଙ୍କା ବ୍ୟୟରେ ୪ ବର୍ଷ ମଧ୍ୟରେ ଏମ୍ସର ନିର୍ମାଣ କାର୍ଯ୍ୟ ଶେଷ ହେବ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଦରଭଙ୍ଗାକୁ ନେଇ ଆଉ ଏକ ଭଲ ଖବର ସାମ୍ନାକୁ ଆସିଥିଲା। ପାଟନା ଓ ଗୟା ପରେ ତୃତୀୟ ବିମାନବନ୍ଦର ଦରଭଙ୍ଗାରେ ସ୍ଥାପନ ହେବାକୁ ଯାଉଛି। ଏହାକୁ ନିର୍ମାଣ କରିବା ପାଇଁ ୯୨ କୋଟି ଟଙ୍କା ବ୍ୟୟ ହେବ।