ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ୧ କୋଟି ୯୨ ଲକ୍ଷ କରୋନା ଭ୍ୟାକ୍ସିନ କେନ୍ଦ୍ର ଯୋଗାଇବ: ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ମେ’୧୬ରୁ ୩୧ ତାରିଖ ମଧ୍ୟରେ କେନ୍ଦ୍ର ସରକାର ୧ କୋଟି ୯୨ ଲକ୍ଷ କରୋନା ଭ୍ୟାକ୍ସିନ ଯୋଗାଇବ। ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ପ୍ରଦାନ କରିଛନ୍ତି। ଏଥିସହିତ ଟିକାକୁ ଆବଶ୍ୟକସ୍ଥଳେ ଉଚିତରୂପେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୯୧.୯୯ଲକ୍ଷ ଟିକା ମଧ୍ୟରୁ ୧୬୨.୫ଲକ୍ଷ କୋଭିସିଲ୍ଡ ଟିକା ଓ ୨୯.୪୯ ଲକ୍ଷ କୋଭାକ୍ସିନ ଟିକା ସାମିଲ ରହିଛି।