ଜେଏନୟୁ ଉପରେ ନିର୍ମିତ ଚଳଚ୍ଚିତ୍ରକୁ ସେନସର ଛାଟ

ଥିରୁଅନନ୍ତପୁରମ୍,ଏଜେନ୍ସି: ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଉପରେ ନିର୍ମିତ ଏକ ଚଳଚ୍ଚିତ୍ରକୁ ସାର୍ଟିଫିକେଟ ଦେବାକୁ ସେନସର ବୋର୍ଡ ମନା କରିଦେଇଛି। ଚଳିତବର୍ଷ ପ୍ରାରମ୍ଭରେ ଜେଏନୟୁରେ ଦେଖାଦେଇଥିବା ଛାତ୍ର ଅଶାନ୍ତିକୁ ଆଧାର କରି ଆର୍ଯ୍ୟାଦାନ ସୌକତ୍ ନାମକ ପ୍ରଯୋଜକ ମାଲାୟାଲମ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏଥିରେ କେରଳର ପୁରସ୍କାର ବିଜୟିନୀ ଅଭିନେତ୍ରୀ ପାର୍ବତୀ ଥିରୁଭୋଥ୍ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ତେବେ ଚଳଚ୍ଚିତ୍ରର ପ୍ରଦର୍ଶନ ନିମନ୍ତେ କାହିଁକି ମନା କରାଗଲା, ସେ ସମ୍ପର୍କରେ ସେନସର ବୋର୍ଡ କର୍ତ୍ତୃପକ୍ଷ କୌଣସି କାରଣ ଦର୍ଶାଇ ନାହାନ୍ତି।