ମହାରାଷ୍ଟ୍ର ପୁଲିସକୁ ଭିନ୍ନ ଅନ୍ଦାଜରେ ସଲାମ ଜଣାଇଲେ ତାରକା

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧାମାନେ ନିଜ ଭୂମିକା ବେଶ୍ ସୁନ୍ଦରଭାବେ ତୁଲାଉଛନ୍ତି। ସେଥିପାଇଁ ଏମାନଙ୍କୁ ପ୍ରତ୍ୟେକ ଦେଶବାସୀ ନିଜ ନିଜ ଅନ୍ଦାଜରେ ସଲାମ ଜଣାଉଛନ୍ତି। ଏବେ କ୍ରୀଡ଼ା ଓ ସିନେମା ଜଗତର ଅନେକ ସେଲିବ୍ରିଟି ମହାରାଷ୍ଟ୍ର ପୁଲିସଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କେହଲି, ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ହିନା ଖାନ୍ ପ୍ରମୁଖ ଟ୍ୱିଟରରେ ନିଜ ଡିପି ବଦଳାଇ ମହାରାଷ୍ଟ୍ର ପୁଲିସର ଲୋଗୋକୁ ଲଗାଇଛନ୍ତି। ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ପୁଲିସକୁ ପ୍ରୋତ୍ସାହିତ କରିଥିବାରୁ ସମସ୍ତ ତାରକାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ନିଜେ ଗୃହମନ୍ତ୍ରୀ ମଧ୍ୟ ତାଙ୍କ ଡିପି ବଦଳାଇ ମହାରାଷ୍ଟ୍ର ପୁଲିସର ଲୋଗୋକୁ ରଖିଛନ୍ତି।