କ.ନୂଆଗାଁ,ଫୁଲବାଣୀ,ଏନ୍ଏନ୍ଏସ୍: ସ୍ୱାଧୀନତା ଦିବସ ପାଳନ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ବେକେ ପାଣିରେ ପଶି ସ୍କୁଲରେ ପହଞ୍ଚିଲେ ଶିକ୍ଷକ। କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ୍ ଗୁଞ୍ଜିବାଡ଼ି ପଞ୍ଚାୟତର ବଗାଡ଼ିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ବଗାଡ଼ି ସ୍କୁଲରେ ପହଞ୍ଚିବାକୁ ହେଲେ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନଦୀ ପାର ହେବାକୁ ପଡିଥାଏ। ଗତକାଲି ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଧାନଶିକ୍ଷକ ଲାଲୁ ପ୍ରଧାନଙ୍କ ସମେତ ଶିକ୍ଷକ ହେମନ୍ତ ପ୍ରଧାନ ଓ ଶିକ୍ଷୟିତ୍ରୀ ରୋଜାଲିନ୍ ପ୍ରଧାନ ବେକେ ପାଣିରେ ପଶି ବିଦ୍ୟାଳୟରେ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଲିୟମ୍ ପ୍ରଧାନ ମଧ୍ୟ ବେକେ ପାଣିରେ ପଶି ସ୍କୁଲରେ ପହଞ୍ଚିଥିଲେ। ଏହି ଅପହଞ୍ଚ ଅଞ୍ଚଳକୁ କେହି ପ୍ରଶାସନିକ ଅଧିକାରୀ ଯାଉନଥିବାରୁ ଗାଁର ସମସ୍ୟାପ୍ରତି କାହାରି ନଜର ପଡୁନାହିଁ। ଏମିତିକି ଗୁିବାଡ଼ି ପଞ୍ଚାୟତକୁ ରାସନ ରାଉଳ ସଂଗ୍ରହ ପାଇଁ ମଧ୍ୟ ଲୋକେ ପାଣିରେ ପଶି ଯିବାଆସିବା କରନ୍ତି।