ଭୁବନେଶ୍ୱରରେ ପହଞ୍ଚିଲେ ସିଇସି ସଦସ୍ୟ, ଖଣି ଅର୍ଥର କରିବେ ସମୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁପ୍ରିମକୋର୍ଟ ଦ୍ୱାରା ଗଠିତ ସିଇସି କମିଟିର ସଚିବ ଅମରନାଥ ସେଠୀ ଭୁବନେଶ୍ୱରରେ ପହଞ୍ଚଛନ୍ତି। ସିଇସିର ୪ଜଣିଆ ଟିମ୍ କେନ୍ଦୁଝର, ମୟୂରଭଞ୍ଜ ଖଣି ଅଞ୍ଚଳ ପରିଦର୍ଶନ କରି ସେ ସମୀକ୍ଷା କରିବେ। ପ୍ରଥମେ ସିଇସି ବୈଠକ ମୁଖ୍ୟ ଶାସନ ସଚିବ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସରକାର ଖଣି ଉପରେ ଦେଇଥିବା ରିପୋର୍ଟର ସମୀକ୍ଷା କରାଯିବ। ପରେ ଉପରୋକ୍ତ ଜିଲ୍ଲାର ଖଣି ଅଞ୍ଚଳ ପରିଦର୍ଶନ ଖଣିରେ ବିନିଯୋଗ ହୋଇଥିବା ଅର୍ଥର ମଧ୍ୟ ସମୀକ୍ଷା କରିବେ। ଶେଷରେ ସିଇସି ସଦସ୍ୟ ସମସ୍ତ ରିପୋର୍ଟ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିବେ।