ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲାର ସିଡିଭିଓ, ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ବାରିପଦା,ଏନ୍ଏନ୍ଏସ୍: ମୟୁରଭଞ୍ଜ ଜିଲ୍ଲା ସିଡିଭିଓ କାରରେ ଯାଉଥିବା ବେଳେ ବେତନଟୀ ନିକଟରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଏହି ସମୟରେ ସିଡିଭିଓ ଅଭୟଙ୍କ କାରରୁ ୨ ଲକ୍ଷ ୧୧ ହଜାର ନଗଦ ଟଙ୍କା ଜବତ ହୋଇଛି। ତେବେ ଏହି ସମୟରେ ଏତେ ପରିମାଣର ନଗଦ ଟଙ୍କା ତାଙ୍କ ନିକଟରେ କେଉଁଠୁ ଆସିଲା ସେ ନେଇ ଭିଜିଲାନ୍ସ ଟିମ୍ ତଦନ୍ତ ଆରମ୍ଭ କରିଛି। ଏହାପରେବାରିପଦା ସ୍ଥିତ ସିଡିଭିଓଙ୍କ ବାସ ଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି।