ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ କରୋନା ପଜିଟିଭ, କ୍ୱାରେଣ୍ଟାଇନରେ ଗଲେ ସିଡିଏମଓ

ରାୟଗଡ଼ା,ଏନ୍ଏନ୍ଏସ୍: ଆଜି ରାୟଗଡ଼ାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କ ସହିତ ସିଡିଏମଓ କ୍ୱାରେଣ୍ଟାଇନରେ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ରାୟଗଡ଼ାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟରେ ଭ୍ୟାକ୍ସିନ ଇନସ୍ପେକ୍ଟର କରୁଥିବା ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ ଜଣାପଡ଼ିଥିଲା।

ପରେ ଅଫିସର ସିଡିଏମଓଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ପଠାଯାଇଛି।
ତେବେ ଉକ୍ତ କରୋନା ଆକ୍ରାନ୍ତର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ବେଳେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଥିବା ଜଣାପଡ଼ିଛି।