ଅପରାଧ ଉପରେ ନଜର ରଖିବ ସିସିଟିଭି

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଅଞ୍ଚଳରେ ଅପରାଧ ରୋକିବା ପାଇଁ ପୁଲିସ ପକ୍ଷରୁ ସହରର ଅନେକ ସ୍ଥାନରେ ସିସିଟିଭି ଲଗାଯାଇଛି। ଏହି ସିସିଟିଭି ଦ୍ୱାରା ଅପରାଧ ଓ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ଏ ନେଇ ସହରର ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୬ଟି ସିସିଟିଭି କ୍ୟାମେରା ଲଗାଇବାକୁ ପୁଲିସ ପକ୍ଷରୁଯୋଜନା କରାଯାଇଥିବା ଜଣାଯାଇଛି। ଏଥିସହ ୨୪ ଘଣ୍ଟିଆ ନଜର ରଖିବା ପାଇଁ ପୁରୁଣା ମୋଟର ଷ୍ଟାଣ୍ଡ ନିକଟରେ ସିସିଟିଭି କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ଯୋଜନା କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ସହରର ପ୍ରବେଶ ଦ୍ୱାର ତିନିମୁହାଣି, ବସଷ୍ଟାଣ୍ଡ, କାକଟ ଛକ, ବାଲାବାବା ଛକ, ବଡହାଟ ପ୍ରଭୃତି ସ୍ଥାନମାନଙ୍କରେ ପର୍ଯ୍ୟାୟକ୍ରମେ ସିସିଟିଭି ଲଗାଇବାକୁ ଯୋଜନା ପ୍ରସ୍ତୁତକରିଥିବା ଜଣାଯାଇଛି।