ପ୍ରେସ୍ କ୍ଲବର ଉଦ୍ୟମ: ସିସିଟିଭି ନଜରରେ ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳକୁ ୨୪ ଘଣ୍ଟିଆ ନଜରରେ ରଖିଲା ସିସିଟିଭି କ୍ୟାମେରା। ଦାରିଙ୍ଗବାଡ଼ି ବ୍ଲକ ପ୍ରେସ କ୍ଲବ ସଦସ୍ୟ ମାନଙ୍କ ଉଦ୍ୟମ ଏବଂ ସହାୟତାରେ ଦାରିଙ୍ଗବାଡ଼ି ଚାରିଛକ ଠାରେ ସିସିଟିଭି ଲଗାଯାଇଥିବା ବେଳେ ଏଥିନେଇ ସ୍ଥାନୀୟ ଜନସାଧାରଣ ପ୍ରେସ କ୍ଲବ ର ସଦସ୍ୟମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସମସ୍ତଙ୍କ ସହ ଯୋଗରେ ଆଜି ଦାରିଙ୍ଗବାଡ଼ି ଚାରିଛକ ଠାରେ ସିସିଟିଭି ଲଗାଯାଇ ତାହାର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୈଳାଶ ଚନ୍ଦ୍ର ଦଣ୍ଡପାଟ୍ଟ ଅତିଥି ପରିଚୟ ପ୍ରଦାନ କରିଥିବା ଅତିଥି ମାନଙ୍କୁ ଫୁଲତୋଡ଼ା ଏବଂ ଉତରୀୟ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡ଼ା ଏସ.ଡି.ପି.ଓ ମାନଓ ରଂଜନ ବାରିକ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ଜନାଦର୍୍ନ ଦଳାଇ,ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ,ବ୍ଲକ ଆକାଉଂଟ ଅଫିସର କ୍ଷେତ୍ରବର ଯାନୀ,ରଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ବରିଷ୍ଠ ଶିକ୍ଷକ ବିଦେଶୀ ନାୟକ, ସମାଜସେବୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ୍ଟ,ବରିଷ୍ଠ ନାଗରିକ ଚକ୍ରଧର ମଲ୍ଲିକ ଆଇନଜିବୀ ଉମେଶ କର, ହୋଟେଲ ମାଲିକ ସଂଘର ସଦସ୍ୟ ଲଡ଼ୁକିଶୋର ସାହୁ ,ସୁନିଲ କୁମାର ପ୍ରଧାନ ,ମାଥ୍ୟାସ ଦିଗାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

ଦାରିଙ୍ଗବାଡି ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକ ଙ୍କ ସୁରକ୍ଷା ବ୍ୟବସ୍ଥା କୁ କଡାକଡି,ଦାରିଙ୍ଗବାଡି ଅଂଚଳରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୃଭ୍ରାବ ରୋକିବା ତଥା ଆଇନ ଶୃଙ୍ଖଳା ପରିସ୍ଥିତି କୁ ନଜର ରଖିବା ନିମନ୍ତେ ଦାରିଙ୍ଗବାଡି ପ୍ରେସ କ୍ଲବ ଆଗକୁ ଆସି ଦାରିଙ୍ଗବାଡି ବଣିକ ସଂଘ,ହୋଟେଲ ମାଲିକ ସଂଘ,ପୋଲିସ ଓ ଅଂଚଳବାସୀଙ୍କ ସହୋଯୋଗ କ୍ରମେ ଦାରିଙ୍ଗବାଡି ଚାରିଛକ ଠାରେ ସିସିଟିଭି ସଂଯୋଗ କରାଯାଇଛି।

ଚାରିଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ବାରିକ ଦାରିଙ୍ଗବାଡ଼ି ପ୍ରେସ କ୍ଲବ ର ସଦସ୍ୟମାନେ ଏହିଭଳି ଏକ ଜନହିତ କର କାମ ହାତକୁ ନେଇ ଯେଉଁ କାର୍ଯ୍ୟ ପ୍ରଶାସନ କରିବା କଥା ତାହାକୁ ସେମାନେ ସଫଳ ରୁପାୟନ କରିବା କାର୍ଯ୍ୟକୁ ଏହା ଅତ୍ୟନ୍ତ ବିରଳ ଦୃଶ୍ୟ ଏବଂ ଏଥି ପାଇଁ ସେ ପ୍ରେସ କ୍ଲବ କୁ ଧନ୍ୟବାଦ ପ୍ରଦାନ କରିଥିଲେ।। ଏଥିସହିତ ଏହି ମହତ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ପ୍ରତୀକ ଗୀତା ସିଂ ବହୁତ ଖୁସି ପ୍ରକାଶ କରି ଦାରିଙ୍ଗବାଡ଼ି ପ୍ରେସ କ୍ଲବକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଥିବା ନେଇ ପ୍ରକାଶ କରିଥିଲେ। କୌଣସି ପ୍ରଶାସନିକ ଅଧିକାରୀଙ୍କ ସହାୟତା କିମ୍ବା ସହଯୋଗ ବିନା ଏହି କାର୍ଯ୍ୟ ହୋଇଥିବାରୁ ଅତିଥି ମାନେ ଖୁସି ବ୍ୟକ୍ତ କରିଥିଲେ।

ଏହିଭଳି ଜନହିତକର କାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧି ମାନେ କରିବା ସାରା ରାଜ୍ୟରେ ପ୍ରଥମ ଉଦାହରଣ ବୋଲି ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଦାରିଙ୍ଗବାଡ଼ି ବିଡିଓ ଦାରିଙ୍ଗବାଡ଼ି ଛକରେ ସିସିଟିଭି ର ଆବଶ୍ୟକତା ରହିଥିବା ଅନୁଭକ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଏତେ ତତ୍ପରତା ଦେଖାଇ ଏହି କାର୍ଯ୍ୟ କରିଛନ୍ତି ସେ ଜାଣିବା ପରେ ଅତ୍ୟନ୍ତ ଖୁସି ହୋଇଥିବା ପ୍ରକାଶ କରିଥିଲେ। ଅନ୍ୟ ଅତିଥି ମାନେ ମଧ୍ୟ ଏଭଳି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ସିସିଟିଭି ଲଗାଯିବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତିରେ ବଡ଼ପରିବର୍ତନ ହେବ ବୋଲି ମତ ପ୍ରକାଶ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ବାଲିଗୁଡ଼ା ଥାନା ଅଧିକାରୀ ଦାରିଙ୍ଗବାଡ଼ି ପ୍ରେସ କ୍ଲବ ର ଅନୁରୋଧ କ୍ରମରେ ହିନ୍ଦୀ ଗୀତ ଗାଇ ଦର୍ଶକ ମାନଙ୍କ ମନ ମୋହିଥିଲେ।

ଏହାପରେ ମୁଖ୍ୟ ଅତିଥି ସିସିଟିଭି ର ମନିଟ୍ୟରିଂ ରୁମ୍ କୁ ଯାଇ ତାହାର ତାଦାରଖ କରିଥିବା ବେଳେ ଶେଷରେ ଦାରିଙ୍ଗବାଡ଼ି ପ୍ରେସ ବ୍ଲକ ତରଫରୁ ତାଙ୍କୁ ଥାନାରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ରେ ଗତ କିଛି ଦିନ ମଧ୍ୟରେ କିଛି ସ୍ଥାନରେ ବାଇକ ଓ ସ୍କୁଟି ର ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଓ ଯାନବାହାନ ପରିବହନ ବ୍ୟବସ୍ଥାରେ ତ୍ୃଟି ରହିଆସିଥିବା ବେଳେ ସେହି ଭଳି ଘଟଣା ଯେପରି ଆଗକୁ ନଘଟିବ ସେ ନେଇ ଦାରିଙ୍ଗବାଡ଼ି ପ୍ରେସ କ୍ଲବ ର ସଦସ୍ୟ ମାନେଗତ ୧୧ତାରିଖରେ ଆଲୋଚନା କରିଥିଲେ।

ଆଲୋଚନା ପରେ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ପାଳିତ ହେଉଥିଭା ଜାତୀୟ ପ୍ରେସ ଦିବସ ଅବସରରେ ଦାରିଙ୍ଗବାଡ଼ି ବଜାରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଚୁଡ଼ାନ୍ତ ହୋଇଥିଲା ତେବେ ସମୟର ସ୍ୱଳ୍ପତା ଯୋଗୁଁ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଦିନ ଅନୁଷ୍ଠିତ ହୋଇପାରିନଥିବା ବେଳେ ଆଜି ତାହାର ଶୂଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକ ପ୍ରେସ କ୍ଲବ ର ସଦସ୍ୟ ରାକେଶ କୁମାର ସାହୁ, ଅଜିତ କୁମାର ନାୟକ,ପ୍ରେମ ଚାନ୍ଦ ସିଂ,ଅରୁଣ କୁମାର ସାହୁ,ତରଣୀ କୁମାର ସାହୁ, ସୁଶାନ୍ତ କୁମାର ସାହୁ,ପ୍ରିୟବ୍ରତ ସାହୁ,ଅଶ୍ୱୀନ କୁମାର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଦାରିଙ୍ଗବାଡ଼ି ଥାନା ସେକଣ୍ଡ ଅଫିସର ଗୋପାଳ କୃଷ୍ଣ ଆଗୁପାତ୍ର ,ସୌମ୍ୟ ରଂଜନ ଜେନା,ଅନିଲ କୁମାର ଦେବତା ପ୍ରମୁଖ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ଆଜି କାଳୁ ଦାରିଙ୍ଗବାଡ଼ିରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ଭାବରେ ପାଳନ କରିଥିଲେ।ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ।ଦାରିଙ୍ଗବାଡ଼ି ପ୍ରେସ କ୍ଲବର ଏତାଦୃଶ କାର୍ଯ୍ୟକୁ ବର୍ତମାନ ବିଭିନ୍ନ ମହଲରୁ ପ୍ରଶଂସା ର ଛୁଅ ଛୁଟୁଛି। ଶେଷରେ ପ୍ରମଚାନ୍ଦ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।