ସିବିଏସଇ ଦେବ ଏକମାତ୍ର କନ୍ୟା ସନ୍ତାନଙ୍କୁ ମେଧାବୃତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ଦରଖାସ୍ତ ଆହ୍ୱାନ କରିଛି ଏକମାତ୍ର କନ୍ୟ ସନ୍ତାନ ମାନଙ୍କଠାରୁ ଆଗାମୀ ସିବିଏସଇ ମେରିଟ ମେଧାବୃତ୍ତି କାର୍ଯ୍ୟକ୍ରମ ୨୦୧୯ ଆରମ୍ଭ ହେବ। ଏହି ବୃତ୍ତିଟି ମେଧାବୀ ଛାତ୍ରୀ ଯିଏକି ଅଭିଭାବକଙ୍କର ଏକମାତ୍ର ସନ୍ତାନ ହୋଇଥିବେ ସେମାନଙ୍କ ପାଇଁ ପ୍ରଯୁଜ୍ୟ। ଏହି କାର୍ଯ୍ୟକ୍ରମରେ ସେହି ଛାତ୍ରୀମାନେ ଯୋଗ୍ୟ ବିବେଚିତ ହେବେ ଯେଉଁମାନେକି ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ଦଶମ ବୋର୍ଡ ପରୀକ୍ଷାରେ ରଖିଥିବେ। ଏବଂ ସେହି ଛାତ୍ରୀମାନେ ଯଦି ସିବିଏସଇ ଅନ୍ତର୍ଗତ ଆସୁଥିବା କୌଣସି ଯୁକ୍ତ ଦୁଇ ସ୍କୁଲରେ ନାମ ଲେଖାଇବେ ତେବେ ଯାଇ ସେମାନେ ସେହି ବୃତ୍ତି ପାଇବାକୁ ଯୋଗ୍ୟ ହେବେ ଏବଂ ସେହି ସ୍କୁଲର ଟ୍ୟୁସନ ଫି ୧୫୦୦ଟଙ୍କାରୁ ମାସିକ ଅଧିକ ହୋଇନଥିବା ଦରକାର। ଏହି ମେଧାବୃତ୍ତି ଅନ୍ତର୍ଗତ ଛାତ୍ରୀ ଜଣକ ୫୦୦ଟଙ୍କା ମାସିକ ପାଇବେ। ଏହା ଯୁକ୍ତ ଦୁଇ ଶେଷ ହେବା ପର୍ଯ୍ୟନ୍ତ ସେମାନେ ପାଇବେ। ସିବିଏସଇ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୮ ହେଉଛି ଦରଖାସ୍ତ ପକାଇବାର ଶେଷ ତାରିଖ।