ଜୁନ୍ ୩ୟ ସପ୍ତାହ ସୁଦ୍ଧା ସିବିଏସଇ ଦଶମ ରେଜଲ୍ଟ

ଭୁବନେଶ୍ୱର, ଏନ୍ଏନ୍ଏସ୍:ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ନେଇ ସିବିଆସଇ ପକ୍ଷରୁ ପ୍ରକାଶ ପାଇଲା ଗାଇଡଲାଇନ। ସବୁ ସ୍କୁଲରେ ୮ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ସ୍ୁଲର ପ୍ରିନ୍ସପାଲ ଓ ଅନ୍ୟ ୭ଜଣ ଶିକ୍ଷକଙ୍କୁ ନେଇ ଗଠନ ହେବ କମିଟି। ୭ ଶିକ୍ଷକଙ୍କ ମଧ୍ୟରୁ ୫ଜଣ ନିଜ ସ୍କୁଲ ଓ ଅନ୍ୟ ୨ଜଣ ପାଖ ସ୍କୁଲର ରହିବେ। ବର୍ଷସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ। ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ହେବ। ଜୁନ୍ ୫ ସୁଦ୍ଧା ସିବିଏସଇକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ। ଜୁନ୍ ୩ ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ।