ଆସନ୍ତା ୩୧ରେ ଘୋଷଣା ହେବ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ

ନୂଆଦିଲ୍ଲୀ,ଏଜେନ୍ସି: ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ନେଇ ଦ୍ଵନ୍ଦ ଦୂର ହେବ। ଡିସେମ୍ବର ୩୧ ତାରିଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପରୀକ୍ଷା ତାରିଖ ଘୋଷଣା କରିବେ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ୱେବିନାରରେ ଯୋଗଦେଇ ମନ୍ତ୍ରୀ କହିଥିଲେ ଯେ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀରେ ପରୀକ୍ଷା ହେବନାହିଁ। ତେବେ ପରୀକ୍ଷା କରାଯିବା ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତୀ କାଳରେ ନିଆଯିବ ବୋଲି ସେ ସୂଚନା ଦେଇଥିଲେ। ତେବେ ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ ପରୀକ୍ଷା ତାରିଖ ଘୋଷଣା କରାଯିବ। ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ ବୋଲି ମନ୍ତ୍ରୀ ଏକ ସ୍ପଷ୍ଟ କରିଛନ୍ତି।