୭ ହଜାର କୋଟିର ବ୍ୟାଙ୍କ ଠକେଇ ମାମଲାରେ ୧୬୯ଟି ସ୍ଥାନରେ ସିବିଆଇର ରେଡ୍

ନୂଆଦିଲ୍ଲୀ,ଏଜେନ୍ସି: ୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ମଙ୍ଗଳବାର ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏଥିପାଇଁ ସିବିଆଇ ପକ୍ଷରୁ ଦେଶବ୍ୟାପୀ ୧୬୯ଟି ସ୍ଥାନରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ବିଭିନ୍ନ ବ୍ୟାଙ୍କ ଠକେଇ ମାମଲାରେ ପ୍ରାୟ ୭ ହଜାର କୋଟି ଟଙ୍କା ଆତ୍ମସାତ ହୋଇଥିବା ନେଇ ସିବିଆଇରେ ୩୫ଟି ମାମଲା ରୁଜୁ ହୋଇଛି। ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସହିତ ଦାଦର ଏବଂ ନଗର ହାବେଳିର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ସିବିଆଇର ବହୁ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।