ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଉକ୍ତ ମାମଲାକୁ ନେଇ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ସିବିଆଇ ଚାର୍ଜସିଟ ଦାଖଲ କରିଛି । ଏଥିରେ ତେଜସ୍ୱୀଙ୍କ ସମେତ ଆଉ କିଛି ଲୋକଙ୍କ ନାମ ଅଭିଯୁକ୍ତରୂପେ ଦର୍ଶାଯାଇଛି । ଏହି ମାମଲାର ଆଗାମୀ ଶୁଣାଣୀ ଜୁଲାଇ ୧୨ ତାରିଖରେ ହେବ । ଏହାପୂର୍ବରୁ ସିବିଆଇ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ମୁଖ୍ୟମନ୍ତ୍ରୀ ରାବିଡୀ ଦେବୀ ବିରୋଧରେ ଚାର୍ଜସିଟ ଦାଖଲ କରିସାରିଛି ।
ସିବିଆଇ ପକ୍ଷରୁ କୋର୍ଟକୁ କୁହାଯାଇଛି ଯେ, ପୂର୍ବରୁ ଚାର୍ଜସିଟ ଦାଖଲ ହୋଇଥିଲେ ମଧ୍ୟ ପୁଣିଥରେ ନୂଆ ଚାର୍ଜସିଟ ଦାୟର ହୋଇଛି । କାରଣ କଥିତ ପ୍ରକ୍ରିୟା ଆଉ ଏକ ଭିନ୍ନ ପ୍ରଣାଳୀରେ କରାଯାଇଛି । ଲାଲୁ ପ୍ରସାଦ ଯାଦବ ଓ ଅନ୍ୟ ୩ଜଣଙ୍କ ବିରୋଧରେ ମଞ୍ଜୁରୀକୁ ଆମେ ଅପେକ୍ଷା କରାଯାଇଛି ।