ସାମ୍ନାକୁ ଆସିଲା ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ମାମଲା, ୨୨,୮୪୨ କୋଟି ଟଙ୍କା ଋଣ ଠକେଇର ପର୍ଦ୍ଦାଫାସ କଲା ସିବିଆଇ

ନୂଆଦିଲ୍ଲୀ,ଏଜେନ୍ସି: ୨୮ ଟି ବ୍ୟାଙ୍କ୍‌କୁ ୨୨,୮୪୨ କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି। ଏହା ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି। ଗୁଜୁରାଟର ଏବିଜି ସିପିୟାର୍ଡ ଲିମିଟେଡ୍, ଏହାର ନିର୍ଦ୍ଦେଶକ ଏବଂ ଅନ୍ୟମାନଙ୍କ ବିରୋଧରେ ସିିବିଆଇ ମାମଲା ଦାୟର କରିଛି। ଅପରାଧିକ ଷଡଯନ୍ତ୍ର, ପ୍ରତାରଣା, ବିଶ୍ୱାସର ଉଲ୍ଲଂଘନ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଭିଯୋଗ ଉପରେ ଏହି ମାମଲା ପଞ୍ଜିକୃତ ହୋଇଛି।

ଏହା ସହିତ ଏଫ୍ଆଇଆର୍ ରେ ଅଭିଯୁକ୍ତ ଭାବରେ ନାମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଋିଷି କମଲେଶ ଅଗ୍ରୱାଲ, ସନ୍ଥନମ୍ ମୁଥାସ୍ୱାମୀ, ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରୱାଲ, ରବି ଭିମଲ ନେଭେଟିଆ ଏବଂ ଏବିଜି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ ଅଛନ୍ତି। “ସୁରଟ, ଭାରୁଚ, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଅଭିଯୁକ୍ତଙ୍କ ୧୩ ଟି ଜାଗାରେ ସର୍ଚ୍ଚ କରାଯାଇଛି। ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି।