ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟମାଷ୍ଟର

ବାରିପଦା,ଏନ୍ଏନ୍ଏସ୍: ବାରିପଦା ମୁଖ୍ୟ ଡାକଘରର ଅତିରିକ୍ତ ପୋଷ୍ଟମାଷ୍ଟର ମନୋଜ କୁମାର ମହାନ୍ତ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି। ବିଲ୍ ପାସ କରାଇଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କୁ ଲାଞ୍ଚ ମାଗିଥିଲେ। ଶ୍ରୀ ମାଝି ଏ ନେଇ ସିବିଆଇର ଦ୍ୱାରସ୍ଥ ହୋଇଥିଲେ। ଯାହାକୁ ନେଇ ସିବିଆଇ ପକ୍ଷରୁ ୧୦ ଜଣିଆ ଟିମ୍ ଗଠନ କରାଯାଇ ମନୋଜଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଆଜି ମନୋଜ ହରିହରଙ୍କ ଠାରୁ ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ହାତରେ ଧରାପଡ଼ିଛନ୍ତି। ତେବେ ତଦନ୍ତ ଜାରି ରହିଥିବାରୁ ସିବିଆଇ ଅଧିକାରୀ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି।