ଦୁର୍ନୀତି ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ: ୬ ଅଧିକାରୀ ସମେତ ୧୪ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ)ର ଅନେକଗୁଡ଼ିଏ ଟିମ୍ ମଙ୍ଗଳବାର ୪୦ଟି ସ୍ଥାନ ଉପରେ ଚଢ଼ଉ କରିଛନ୍ତି। ଏହି ଚଢ଼ଉ ବଳରେ ଗୃହ ମନ୍ତ୍ରାଳୟର ୬ ଜଣ ଅଧିକାରୀଙ୍କ ସମେତ ମୋଟ ୧୪ ଜଣ ଗିରଫ ହୋଇଛନ୍ତି। ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତାଙ୍କ ପାଖରୁ ଆପତ୍ତିଜନକ ପ୍ରମାଣପତ୍ର ଓ ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି। ମଙ୍ଗଳବାର ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଆସାମ ଓ ମଣିପୁରରେ ୪୦ଟି ସ୍ଥାନରେ ଚଢ଼ଉ କରାଯାଇଛି।

ସିବିଆଇ ଚଢ଼ଉ ପରେ ଗୃହ ମନ୍ତ୍ରାଳୟ ଓ ଏନ୍‌ଆଇସିର ଏଫସିଆରଏ ଡିଭିଜନ ସମେତ ମୋଟ ୭ ସେବକଙ୍କ ସହିତ ୩୬ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଉପରେ ଏଫସିଆରଏ ଡିଭିଜନର କିଛି ଅଧିକାରୀ ପ୍ରମୋଟର, ବିଭିନ୍ନ ଏନଜିଓଙ୍କ ସମେତ ପ୍ରତିନିଧି ତଥା ଷଡ଼ଯନ୍ତ୍ରକାରୀ ଏଫସିଆରଏ ପଂଜୀକରଣ ଓ ଏନଜିଓଙ୍କ ନବୀନକରଣ ପାଇଁ ଦୁର୍ନୀତି ଗତିବିଧି ଜଣାପଡ଼ିଥିଲା।