ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୩ ମ୍ୟାଚରୁ ବାସନ୍ଦ ହେଲେ କାଭାନି

ନୂଆଦିଲ୍ଲୀ,ଏଜେନ୍ସି: ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୩ଟି ମ୍ୟାଚରୁ ବାସନ୍ଦ ହୋଇଛନ୍ତି ଏଡିନସନ କାଭାନି। ନିଜ ପୋଷ୍ଟରେ ବର୍ଣ୍ଣବୈଷମ୍ୟ ବିରୋଧୀ ଶବ୍ଦର ପ୍ରୟୋଗ କରିଥିବା କାରଣରୁ ମାଞ୍ଚେଷ୍ଟର ୟୁନାଇଟେଡ ଷ୍ଟ୍ରାଇକର କାଭାନିଙ୍କୁ ୩ ମ୍ୟାଚରୁ ବାସନ୍ଦ କରାଯିବା ସହିତ ୧ ଲକ୍ଷ ପାଉଣ୍ଡର ଜରିମାନା ପ୍ରଦାନ କରାଯାଇଛି। ଇଂଲିଶ ଫୁଟବଲ ଆସୋସିଏସନ ପକ୍ଷରୁ ଏହି ଦଣ୍ଡ ଘୋଷଣା କରାଯାଇଛି। କୃଷ୍ଣକାୟଙ୍କ ପ୍ରତି ଅପମାନସୂଚକ ସ୍ପାନିଶ ଶବ୍ଦର ପ୍ରୟୋଗ କରିଥିଲେ କାଭାନି। ତେବେ ଏହି ଶବ୍ଦ ସେ କାହାରିକୁ ଅପମାନ କରିବା ପାଇଁ ନୁହେଁ ବରଂ ଜଣେ ବନ୍ଧୁଙ୍କ ପ୍ରତି ଶ୍ରଦ୍ଧାରେ କରିଥିଲେ ବୋଲି କାଭାନି ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣା ପରେ କାଭାନି ଫୁଟବଲ ଆସୋସିଏସନ ନିକଟରେ ଲିଖିତ ଭାବରେ କ୍ଷମା ପ୍ରାର୍ଥନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଉରୁଗୁଏ ଖେଳାଳି କାଭାନି ୨୦୨୦ ଅକ୍ଟୋବରରେ ପିଏସଜି ପରିତ୍ୟାଗ କରି ୟୁନାଇଟେଡରେ ଯୋଗ ଦେଇଥିଲେ।