ଗୋ-ଚାଲାଣ: ପିକଅପ୍ ଭ୍ୟାନରୁ ୨୦ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଭଦ୍ରକ,ଏନ୍ଏନ୍ଏସ୍: ପୁଣି ଭଦ୍ରକ ଜିଲ୍ଲାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି। ସେଥିରୁ ୨୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ପିକ୍ଅପ୍ ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖିଛି ଚରମ୍ପା ପୁଲିସ। ଜବତ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ କୋଲକାତା ଯାଉଥିଲା।

ଏହି ସମୟରେ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ପିକଅପ୍ ଭ୍ୟାନ୍। ପରେ ଏହି ଗାଡ଼ିରେ ଗୋରୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସେହିପରି ଗାଡିରେ ବସିଥିବା ୪ରୁ ୫ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି।